୧୦ ଦିନ ଲକଡାଉନରେ ରହିବ ତେଲେଙ୍ଗାନା

ନୂଆଦିଲ୍ଲୀ: ତେଲେଙ୍ଗାନାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାଲିଠୁ ଆଗାମୀ ୧୦ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଏକ ବୈଠକ ହୋଇଥିଲା ଯେଉଁଥିରେ ଲକଡାଉନ ନେଇ ନିଷ୍ପତ୍ତି ନିଆଯାଇଛି। ଏଥିରେ କରୋନା ଭ୍ୟାକ୍ସିନ କିଣିବା ଲାଗି ଗ୍ଲୋବାଲ ଟେଣ୍ଡର ଆମନ୍ତ୍ରିତ କରିବା ପାଇଁ ମଧ୍ୟ ସ୍ଥିର କରାଯାଇଛି। ଲକଡାଉନ ସମୟରେ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସମସ୍ତ ଗତିବିଧିକୁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ତେଲେଙ୍ଗାନାରେ ୪,୮୨୩ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ବର୍ତ୍ତମାନ ସୁଦ୍ଧା ପାଖାପାଖି ୬୩ ହଜାର ସକ୍ରିୟ ମାମଲା ରହିଥିବା ଜଣାପଡ଼ିଛି।