ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଫସି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ଦିଆଯିବ ୧୨ କେଜି ଲେଖାଏ ଚାଉଳ ଓ ଆର୍ଥିକ ସହାୟତା

ତେଲେଙ୍ଗାନା,ଏଜେନ୍ସି: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ତେଲେଙ୍ଗାନାରେ ଫସି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ଦିଆଯିବ ୧୨ କେଜି ଲେଖାଏ ଚାଉଳ। ଏହାସହ ମିଳିବ ଆର୍ଥିକ ସହାୟତା। ଏଭଳି ସମୟରେ କେହି ନିଜ ରାଜ୍ୟକୁ ଯିବାକୁ କୁହନ୍ତୁ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସେମାନଙ୍କ ପାଇଁ ରାଜ୍ୟ ସରକାର ରହିବା ଖାଇବା ବ୍ୟବସ୍ଥା ଯୋଗାଉଛନ୍ତି। ତେଲେଙ୍ଗାନାରେ କୌଣସି ଅସୁବିଧା ହେବନାହିଁ।

ସେମାନଙ୍କ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଅଛନ୍ତି ବୋଲି କହିଛନ୍ତି। ଯଦି କୌଣସି ଅସୁବିଧା ହେଉଛି ତାହେଲେ ଜିଲ୍ଲାପାଳ ଓ ସ୍ଥାନୀୟ ପୋଲିସକୁ ଜଣାନ୍ତୁ। ଶ୍ରମିକମାନେ ରାଜ୍ୟରେ ବିକାଶରେ କାମ କରୁଛନ୍ତି, ସେମାନଙ୍କ ଦାୟିତ୍ୱ ତେଲେଙ୍ଗାନା ସରକାରଙ୍କର। ଏଭଳି ସମୟରେ ନିର୍ଭୟରେ ଏଠାରେ ରୁହନ୍ତୁ। ପରିସ୍ଥିତି ସୁଧୁରିବା ପରେ ସେମାନଙ୍କ ରାଜ୍ୟକୁ ଛାଡିବା ବ୍ୟବସ୍ଥା ତେଲେଙ୍ଗାନା ସରକାର କରିବେ ବୋଲି କହିଛନ୍ତି କେସିଆର। ତେଲେଙ୍ଗାନାରେ ଅନେକ ଓଡ଼ିଆ ଫସି ରହିଛନ୍ତି।