ତେଲେଙ୍ଗାନା ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ତେଲେଙ୍ଗାନା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଆଜି ସକାଳ ପ୍ରାୟ ୭ଟା୪୩ରେ ଏହି ଅଘଟଣ ଘଟିଛି । ଉତ୍ତର ରେଳବାଇର ମୁଖପାତ୍ର ଦୀପକ କୁମାରଙ୍କ ସୂଚନା ଅନୁଯାୟୀ ୧୨୭୨୩ ନଂ ତେଲେଙ୍ଗାନା ଏକ୍ସପ୍ରେସରେ ଖୁବ ଜୋରରେ ଧୂଆଁ ବାହାରୁଥିବା ଦେଖି ଟ୍ରେନଟିକୁ ହରିଆନାର ଆସଓଟି-ବଲ୍ଲଭଗଡ଼ଠାରେ ଅଟକାଯାଇଥିଲା।
ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ।