ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ୨୦ ତାରଖରୁ ଟେଲି ମେଡିସିନ ସେବା ଆରମ୍ଭ ହେବ। ସାଧାରଣ ରୋଗୀ କରୋନା ଭୟାବହତା ଯୋଗୁ ହସ୍ପିଟାଲ ଯାଇପାରୁନଥିବାରୁ ଏହି ସ୍ୱତନ୍ତ୍ର ସେବା ଆରମ୍ଭ କରାଯାଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩୦ଟି ଜିଲ୍ଲାର ମୁଖ୍ୟ ହସ୍ପିଟାଲ, ୭ଟି ମେଡିକାଲ କଲେଜରେ ଏହି ସେବା ଉପଲବ୍ଧ ହେବ। ଏଥିରେ ରାଉରକେଲା ଆରଜିଏଚ୍, କ୍ୟାପିଟାଲ ହସ୍ପିଟାଲ, କଟକ ଶିଶୁଭବନ ଓ କ୍ୟାନ୍ସର ଶିଶୁ ହସ୍ପିଟାଲ ସାମିଲ ରହିଛି। ମେଡିକାଲ କଲେଜରେ ୨୪ ଘଣ୍ଟିଆ ଓ ଜିଲ୍ଲା ମେଡିକାଲରେ ୮ଟାରୁ ୫ଟା ଯାଏଁ ସେବା ମିଳିବ। ଏଥିଲାଗି ପ୍ରତି ମେଡିକାଲକୁ ୨ଟି ଲେଖାଏଁ ମୋବାଇଲ ଓ ସିମକାର୍ଡ ଓକାକ୍ ପକ୍ଷରୁ ଯୋଗାଇ ଦିଆଯିବ।