ଲୋକଙ୍କୁ ଆଶ୍ୱସ୍ତ କଲା ଟେଲିକମ୍ କମ୍ପାନୀ: ସମସ୍ତଙ୍କୁ ମିଳିଲା ଫ୍ରି ଟକଟାଇମ

ସମଗ୍ର ଦେଶରେ ଲକଡାଉନ ଜାରି ରହିଥିବାବେଳେ କମ୍ ରୋଜଗାରକ୍ଷମ ଲୋକ ଏଥିରେ ବେଶ୍ ପ୍ରଭାବିତ ହୋଇଛନ୍ତି। ଏଭଳି ସ୍ଥିତିରେ ଟେଲିକମ୍ କମ୍ପାନୀ ଲୋକଙ୍କୁ ପରସ୍ପର ସହିତ ଜଡ଼ିତ ରଖିବା ପାଇଁ ପ୍ରପେଡ ବ୍ୟବହାରକାରୀଙ୍କୁ ଟିକେ ଆଶ୍ୱସ୍ତ କରିଛି। ଏୟାରଟେଲ, ଭୋଡାଫୋନ-ଆଇଡିଆ, ଜିଓ ଓ ବିଏସଏନଏଲ ପ୍ରିପେଡ ଉପଭୋକ୍ତାଙ୍କ ଭେଲିଡିଟି ବଢ଼ାଇ ଦେଇଛି। ଏ ସମସ୍ତ ଟେଲିକମ୍ କମ୍ପାନୀ କମ୍ ରୋଜାଗାରକ୍ଷମ ବ୍ୟକ୍ତିଙ୍କ ପ୍ରିପେଡ ଆକାଉଣ୍ଟରେ ୧୦ ଟଙ୍କା ଟକଟାଇମ ପ୍ରଦାନ କରିଛନ୍ତି। ଏହାସହ ୧୭ ଏପ୍ରିଲ ପର୍ଯ୍ୟନ୍ତ ଭେଲିଡିଟି ବଢ଼ାଇ ଦେଇଛନ୍ତି। ଅର୍ଥାତ୍ ଇତି ମଧ୍ୟରେ ଯଦି କାହାରି ଭେଲିଡିଟି ସରିଯାଏ ତେବେ ରିଚାର୍ଜ କରିବାକୁ ପଡ଼ିବନି। ଲକଡାଉନ ସମୟରେ ଜିଓ ଫାଇବର ସର୍ଭିସ ଅନ୍ତର୍ଗତ କମ୍ପାନୀ ଉପଭୋକ୍ତାଙ୍କୁ ୧୦ ଏମବିପିଏସ୍ ଓ ୧୦୦ଜିବି ଡାଟା ପ୍ରଦାନ କରିବ।