ସୁଶାନ୍ତଙ୍କ ନାମରେ ନୂଆ ଫିଲ୍ମସିଟି ପାଇଁ ତେଜସ୍ୱୀଙ୍କ ଦାବି

ରାଜଗୀରରେ ନିର୍ମାଣାଧୀନ ଫିଲ୍ମସିଟି ସୁଶାନ୍ତ ସିଂହ ରାଜପୁତଙ୍କ ନାମରେ କରାଯିବା ପାଇଁ ଆରଜେଡି ବିଧାୟକ ତେଜସ୍ୱୀ ଯାଦବ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚିଠି ଲେଖିଛନ୍ତି। ଏତେ କମ ସମୟରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ୱତନ୍ତ୍ର ସ୍ଥାନ ହାସଲ କରି ସୁଶାନ୍ତ ବିହାରର ଗୌରବ ବଢ଼ାଇଛନ୍ତି। ତେଣୁ ରାଜଗୀରରେ ନିର୍ମାଣ ଚାଲିଥିବା ଫିଲ୍ମସିଟି ସୁଶାନ୍ତଙ୍କ ନାମରେ କରାଯାଉ ବୋଲି ଦାବି କରିଛନ୍ତି ତେଜସ୍ୱୀ। ସୂଚନାଯୋଗ୍ୟ, ସୁଶାନ୍ତ ବିହାର, ପାଟନାର ବାସିନ୍ଦା ଥିଲେ। ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ସେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ଆକସ୍ମିକ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ପ୍ରଶଂସକଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ପୁଲିସ ବିଭିନ୍ନ ଦିଗକୁ ବିଚାରକୁ ନେଇ ସୁଶାନ୍ତ ଆତ୍ମହତ୍ୟାର ରହସ୍ୟ ଖୋଜିବାରେ ଲାଗିଛି।