ମା’ଙ୍କ ହାତରୁ ଦହି ଖାଇ, ବଡ଼ ଭାଇଙ୍କଠାରୁ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଲେ ତେଜସ୍ୱୀ

ନୂଆଦିଲ୍ଲୀ : ବିହାରର ମୁଖ୍ୟମନ୍ତ୍ରୀ ଆଶାୟୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କିଛି ଖାସ୍ ଅନ୍ଦାଜରେ ଆଜି ନାମାଙ୍କନ ପତ୍ର ଦାଖଲ କରିବାକୁ ବାହାରିଥିଲେ। ଘରୁ ବାହାରିବା ପୂର୍ବରୁ ସର୍ବପ୍ରଥମେ ମା’ ରାବିଡୀ ଦେବୀ ଓ ବଡ଼ଭାଇ ତେଜପ୍ରତାପ ଯାଦବଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ। ମା’ଙ୍କ ହାତରୁ ଦହି ଖାଇବା ସହ ତାଙ୍କ ହାତରେ ଥିବା ପିତାଙ୍କ ଫଟୋକୁ ନମନ କରିଥିଲେ। ଅନ୍ୟପଟେ ରାବିଡୀ ତାଙ୍କ ଦୁଇ ପୁଅଙ୍କ ସହ ଗଣମାଧ୍ୟମ ସାମ୍ନାକୁ ଆସି ତେଜସ୍ୱୀଙ୍କୁ ଆଶୀର୍ବାଦ ଦେଇଥିଲେ। ଆଜିର ଦିନରେ ଲାଲୁ ଜୀଙ୍କୁ ମନେ ପକାଇବା ନେଇ ଗଣମାଧ୍ୟମ ଯେତେବେଳେ ରାବିଡୀଙ୍କୁ ପ୍ରଶ୍ନ କରିଥିଲା ତା’ର ଜବାବରେ ସେ କହିଥିଲେ ଯେ, ‘ସମଗ୍ର ବିହାର ତାଙ୍କୁ ମନେ ପକାଉଛି।’