ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ କାରାଦଣ୍ଡାଦେଶ ସହ ୬୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି । ଏହି ପରିପ୍ରେକ୍ଷୀରେ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ କହିଛନ୍ତି ଯେ, କୋର୍ଟର ଫଇସଲା ଉପରେ କୌଣସି ଟିପ୍ପଣୀ ଦେବି ନାହିଁ । ଏହା ଶେଷ ଫଇସଲା ନୁହେଁ । ହାଇକୋର୍ଟ ଓ ସୁପ୍ରିମକୋର୍ଟ ରହିଛି । ଆମେ ହୋଇକୋର୍ଟରେ ପିଟିସନ ଦାଖଲ କରିଛୁ । ଆଶା କରୁଛି କି ତଳ କୋର୍ଟର ଫିସଲା ହାଇକୋର୍ଟରେ ବଦଳିବ । ଲାଗୁଛି ଦେଶରେ ଗୋଖାଦ୍ୟ ଦୁର୍ନୀତି ଛଡ଼ା ଆଉ କିଛି ଦୁର୍ନୀତି ହୋଇନାହିଁ । ବିହାରରେ ପାଖାପାଖି ୮୦ ଦୁର୍ନୀତି ହୋଇସାରିଛି କିନ୍ତୁ ସିବିଆଇ, ଇଡି ଓ ଏନଆଇଏ କେଉଁଠି ଅଛି? ଦେଶରେ ଗୋଟିଏ ଦୁର୍ନୀତି ହୋଇଛି ଓ ଜଣେ ହିଁ ନେତା ଅଛନ୍ତି । ସିବିଆଇ ନୀରବ ମୋଦୀ, ବିଜୟ ମାଲ୍ୟା ଓ ମେହୁଲ ଚୌକସୀକୁ ଭୁଲି ଯାଇଛି ।
ତେଜସ୍ୱୀ ଯାଦବ ଆହୁରି କହିଛନ୍ତି ଯେ, ଲାଲୁ ଜୀ ଯଦି ବିଜେପି ସହ ହାତ ମିଶେଇ ଥାନ୍ତେ ତେବେ ତାଙ୍କୁ ରାଜା ହରିଶଚନ୍ଦ୍ର କୁହାଯାଇଥାନ୍ତା । କିନ୍ତୁ ଆଜି ସେ ଆରଏସଏସ ଓ ବିଜେପି ବିରୋଧରେ ଲଢ଼ୁଥିବାରୁ ତାଙ୍କୁ କାରାବାସର ସାମ୍ନା କରିବାକୁ ପଡ଼ୁଛି । ଆମେ ଏସବୁକୁ ଆଦୌ ଡରିବୁ ନାହିଁ ।