ଗାଇଡଲାଇନ ଭିତରେ ଆରମ୍ଭ ହେଲା ତେଜସ ଏକ୍ସପ୍ରେସ

କରୋନା ଭୂତାଣୁ କାରଣରୁ ଲକ୍ଷ୍ନୌ-ନୂଆଦିଲ୍ଲୀ ଏବଂ ଅହମଦାବାଦ-ମୁମ୍ବାଇ ତେଜସ୍‍ ଏକ୍ସପ୍ରେସ୍‍ ଟେନକୁ ଗତ ମାର୍ଚ୍ଚ ୧୯ ତାରିଖରୁ ବାତିଲ୍‍ କରାଯାଇଥିଲା। ପାର୍ବଣ ଋତୁରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଆଇଆରସିଟିସି ପୁଣିଥରେ ତେଜସ୍‍ ଏକ୍ସପ୍ରେସ୍‍ ଟ୍ରେନର ଚଳାଚଳ ଆରମ୍ଭ ହୋଇଛି। ଯାତ୍ରୀମାନଙ୍କର ନିରାପତ୍ତାକୁ ସୁନିଶ୍ଚିତ କରିବା ସକାଶେ କୋଭିଡ୍‍-୧୯ ନିୟମାବଳୀ ପାଳନ ପାଇଁ ଏକ ଗାଇଡଲାଇନ ଜାରି କରାଯାଇଛି।

ଆରମ୍ଭରେ ସାମାଜିକ ଦ୍ୱରତ୍ୱ ନିୟମ ଅନୁସରଣ କରାଯାଇ ଦୁଇ ଯାତ୍ରୀଙ୍କ ମଧ୍ୟରେ ଗୋଟିଏ ଲେଖାଏଁ ସିଟ୍‍ ଖାଲି ରଖାଯିବ। ଥରେ ସିଟରେ ବସିବା ପରେ ଯାତ୍ରୀମାନେ ସେମାନଙ୍କ ସିଟ୍‍ ବଦଳାଇ ପାରିବେ ନାହିଁ। ଯାତ୍ରୀ ଓ କର୍ମଚାରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ଅନିବାର୍ଯ୍ୟ କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‍ ଡାଉନ୍‍ଲୋଡ୍‍ ଏବଂ ଆବଶ୍ୟକ ପଡିଲେ ତାକୁ ଦେଖାଇବା ପାଇଁ କୁହାଯାଇଛି। ପ୍ରତ୍ୟେକ ଯାତ୍ରୀଙ୍କୁ ଗୋଟିଏ ଲେଖାଏଁ କୋଭିଡ୍‍-୧୯ ସୁରକ୍ଷା କିଟ୍‍ ଯୋଗାଇ ଦିଆଯିବ ଯେଉଁଥିରେ ଗୋଟିଏ ହାଣ୍ଡ ସାନିଟାଇଜର୍‍ ବୋତଲ୍‍, ମାସ୍କ, ଫେସସିଲ୍ଡ୍‍, ଓ ଏକଯୋଡା ଗ୍ଲୋବସ୍‍ ରହିବ। କୋଚରେ ପ୍ରବେଶ ପୂର୍ବରୁ ଯାତ୍ରୀମାନଙ୍କୁ ଥର୍ମାଲ୍‍ ସ୍କ୍ରିନିଂ ଓ ହାଣ୍ଡ ସାନିଟାଇଜେନ୍‍ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ।