ବେଙ୍ଗାଲୁରୁ,ଏଜେନ୍ସି: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ କ୍ଳିନସୁଇପ୍ କରିବା ପରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଯାଇଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ପରେ ଚତୁର୍ଥ ସ୍ଥାନରେ ରହିଛି ଭାରତ। ସଦ୍ୟ ପ୍ରକାଶିତ ଡବ୍ଲୁଟିସି ପଏଣ୍ଟ ତାଲିକା ଅନୁଯାୟୀ, ୫୮.୩୩ ବିଜୟ ପ୍ରତିଶତ ସହ ମୋଟ ୬ଟି ଟେଷ୍ଟ ବିଜୟ ଓ ୨ଟି ମ୍ୟାଚ୍ ଡ୍ର ରଖି ୭୭ ପଏଣ୍ଟ ହାସଲ କରିଛି ଭାରତ। ତେବେ ୩ଟି ମ୍ୟାଚ୍ରେ ପରାସ୍ତ ହୋଇଛି।
ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍ରୁ ୪ଟିରେ ବିଜୟ ଓ ୨ଟି ମ୍ୟାଚ୍ ଡ୍ର’ ରଖି ୭୭.୭୭ ବିଜୟ ପ୍ରତିଶତ ସହ ପ୍ରଥମରେ ରହିଛି। ପାକିସ୍ତାନ ୬୬.୬୬ ବିଜୟ ପ୍ରତିଶତ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ୬ଟି ଟେଷ୍ଟ ବିଜୟରୁ ୬୦.୦୦ ବିଜୟ ପ୍ରତିଶତ ସହ ତୃତୀୟରେ ରହିଛି।
ଶ୍ରୀଲଙ୍କା ପଞ୍ଚମ ସ୍ଥାନରେ ଓ ନ୍ୟୁଜିଲାଣ୍ଡ ୩୮.୮୮ ବିଜୟ ପ୍ରତିଶତ ସହ ଷଷ୍ଠ ସ୍ଥାନରେ ରହିଛି। ବାଂଲାଦେଶ ସପ୍ତମ, ୱେଷ୍ଟଇଣ୍ଡିଜ ଅଷ୍ଟମ ଓ ଇଂଲଣ୍ଡ ଶେଷରେ ୧୧.୬୭ ବିଜୟ ପ୍ରତିଶତ ସହ ନବମ ସ୍ଥାନରେ ରହିଛି।