ବସ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ରୋକ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଜାତୀୟ ରାଜପଥ ୨୬ ନମ୍ବର ଲାନଥ ନନ୍ଦୀ ନିକଟରେ ଆଜି ସକାଳୁ ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଆସୁଥିବା ସରକାରୀ ବସ (ଓଡ଼ି-୦୮ଜି-୭୦୫୧) ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା। ଏନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ୧୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଗାଡି ଚଳାଚଳ ବନ୍ଦ ହୋଇଥିଲା। ଶେଷରେ ପ୍ରଶାସନ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା।

ସୂଚନା ଅନୁସାରେ ତରାସିହା ଗ୍ରାମର ଲବ ବେହେରା ନିଜ ଗ୍ରାମରୁ ପାଟଣାଗଡ଼ ଆଦର୍ଶ ବିଦ୍ୟାଳୟକୁ ଯାଉଥିଲେ। ଏହି ସମୟରେ ହଠାତ ଦ୍ରୁତ ଗତିରେ ଆସୁଥିବା ବସ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା। ସେ ପ୍ରତ୍ୟେକ ଦିନ ଏହି ଜାତୀୟ ରାଜପଥ ଦେଇ ଯାତାୟାତ କରିଥାଆନ୍ତି। ଦୁର୍ଘଟଣା ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ସଇଁନ୍ତଳା ଡାକ୍ତରଖାନାକୁ ନେଇଥିଲେ। ହସ୍ପିଟାଲ ପହଞ୍ଚିବାବେଳକୁ ତାର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ। ପରିବାର ଲୋକେ କ୍ଷତିପୂରଣ ଦାବିରେ ବରଗଡ଼-ବୋରିଗୁମ୍ମା ଜାତୀୟ ରାଜପଥ ୨୬କୁ ୧୪ ଘଣ୍ଟା ଧରି ଅବରୋଧ କରିଥିଲେ।

ଖବରପାଇ ଘଟଣାସ୍ଥଳରେ ସଇଁନ୍ତଳା ଥାନା ଅଧିକାରୀ ବାରିଣୀ ଦାସ, ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ, ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଶେଷରେ ବାଧ୍ୟ ହୋଇ ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ସତପଥୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରିବାର ଲୋକେ ଜିଦ ଧରିଥିଲେ ଯେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ଚାକିରି ଦିଆଯାଉ। ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ପ୍ରତ୍ୟାହୃତ ହୋଇଥିଲା।

Instead, it belongs to a class of drugs called phosphodiesterase type 5 PDE5 inhibitors. cialis price in south africa A class of drugs describes a group of medications that work in a similar way.