ଶିକ୍ଷକତା ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି ଶିକ୍ଷକ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ଶିକ୍ଷା ବ୍ୟବସ୍ଥା କିପରି ଭାବେ ଚାଲିଛି ଏବଂ ପ୍ରତିଦିନ ଶିକ୍ଷକମାନେ ନିଜ ଜୀବନକୁ କିପରି ବାଜି ଲଗାଇ ବିଦ୍ୟାଳୟକୁ ଯାଉଛନ୍ତି ତାହା ଆଜି ଏହି ଦୃଶ୍ୟରେ ଦେଖିବାକୁ ମିଳିଛି। ଶିକ୍ଷକମାନେ ନିଜ କର୍ତ୍ତବ୍ୟକୁ ସମ୍ପାଦନ କରିବା ପାଇଁ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଉଛନ୍ତି । ଏପରିକି ଯେଉଁଠି ସ୍ୱଚ୍ଛ ପାନୀୟଜଳର ଅଭାବ, ବିଜୁଳିର ଅଭାବ ଥିଲେ ମଧ୍ୟ ସେମାନେ ସେହି ଅଞ୍ଚଳକୁ ଯାଇ ନିଜର କାର୍ୟ୍ୟ ସମ୍ପାଦନ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ବେଳେ ବେଳେ ଜଙ୍ଗଲୀ ଜୀବଜନ୍ତୁଙ୍କର ଶିକାର ମଧ୍ୟ ହେବାକୁ ପଡିଥାଏ। ନିଜର କର୍ତ୍ତବ୍ୟ ଆଗରେ ହାର ମାନିଛି ନଦୀ, ନାଳ, ପାହାଡ଼, ପର୍ବତ। ସେମାନେ ହେଉଛନ୍ତି ଅଣ୍ଡରାପାଲି ପଞ୍ଚାୟତର ସିଆରସିସି ଉମାକାନ୍ତ ଦାସ, ତାବେରୁ ଶିକ୍ଷକ ସନ୍ନ୍ୟାସୀ ପାତ୍ର, ଢାକଡ଼ପଦର ଶିକ୍ଷକ କୋଡେ ମଙ୍ଗୁଲୁ।

ପ୍ରଥମେ ଏହି ଢାକଢ଼ପଦରକୁ ଯିବାକୁ ହେଲେ ପ୍ରଥମେ ଲଞ୍ଚ ଯୋଗେ ୬୧କିଲୋମିଟର ଯିବାପରେ ପୁଣି ସେଠାରୁ ଏସବୁ ଦୁର୍ଗମ ଅଞ୍ଚଳ ଅତିକ୍ରମ କରିବାକୁ ହୋଇଥାଏ । ତେବେ ଶିକ୍ଷକମାନେ ଯେପରି ମରଣ ସହ ଲଢେ଼ଇ କରି ସ୍କୁଲକୁ ଯାଇ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି ସେ ନେଇ ସାଧାରଣରେ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ଏସବୁ ପ୍ରତି ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି ସାଧାରଣ ରେ ଦାବି ହୋଇଛି।