ଅସଦାଚରଣ ଅଭିଯୋଗରେ ଶିକ୍ଷକ ଅଟକ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଂସୃତ ଶିକ୍ଷକଙ୍କୁ ଅସଦାଚରଣ ଅଭିଯୋଗରେ ମାଲକାନଗିରି ପୋଲିସ ଅଟକ ରଖି ପଚାର ଉଚରା କରୁଛି। ନାୟକଗୁଡା କେ. ଜି ବି.ବିଦ୍ୟାଳୟର ଦେବୀଜାନୀ ନାୟକ ଉକ୍ତ ବିଦ୍ୟାଳୟର ଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ ଅସଦାଚାରଣ କରୁଥିବା ନେଇ ଅଭିଯୋଗ ହୋଇଥିଲା । ସି ଡବ୍ଲୁ ସି ମଧ୍ୟ ଏହି ଘଟଣାର ତଦନ୍ତ କରୁଥିବା ବେଳେ ପୂର୍ବରୁ ମଧ୍ୟ ଶିକ୍ଷକଙ୍କ ନାମରେ ଏଭଳି ବହୁତ ଅଭିଯୋଗ ହେଇଛି । ତେବେ ଘଟଣାର ତଦନ୍ତ ଚାଲିଛି ଏବଂ ପ୍ରକୃତ ସତ୍ୟାସତ୍ୟ ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ରାମପ୍ରସାଦ ନାଗ ସୂଚନା ଦେଇଛନ୍ତି।