ଡିଇଓଙ୍କ କ୍ୱାର୍ଟର୍ସରୁ ସନ୍ଦେହଜନକ ଭାବେ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ଡିଇଓଙ୍କ କ୍ୱାର୍ଟର୍ସରୁ ଶିକ୍ଷକଙ୍କ ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଥିଲା। ମୃତକ ଜଣଙ୍କ ଦଶମନ୍ତ ପୁର ବ୍ଲକ୍ ଚିକାମ୍ବ ପଞ୍ଚାୟତର ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା।

ସୂଚନା ଅନୁସାରେ ଶିକ୍ଷକ ଜଣଙ୍କର ଶବ ଡିଇଓ ଥିବା ଟାଉନଥାନା ପୁଲିସ ଖବରପାଇ କ୍ୱାର୍ଟର୍ସର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା। ଏହି ସମୟରେ ପୁଲିସ ସେଠାରୁ ଏକ ସୁଇସାଇଡ ନୋଟ ଜବତ କରିଛି।

ନୋଟ ଅନୁସାରେ ତାଙ୍କ ଅଫିସର କିଛି ଗୁରୁତ୍ୱ ଫାଇଲ ତାଙ୍କ ଦ୍ୱାରା ହଜିଯିବାରୁ ସେ ମାନସିକ ଚାପରେ ଅଛନ୍ତି। ସେ ନେଇ ଶିକ୍ଷକ ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି। ପରିବାର ପକ୍ଷରୁ ଏହା ହତ୍ୟା ବୋଲି ଅଭିଯୋଗ କରାଯଉଥିବା ବେଳେ ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।