ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର । ବିଚ୍ଛିନ୍ନାଞ୍ଚଳରେ ଗସ୍ତ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଯେ ବିଚ୍ଛିନ୍ନାଞ୍ଚଳରେକୁ ପ୍ରତିଦିନ ଶିକ୍ଷକମାନେ ଲଞ୍ଚ କିମ୍ବା ଦେଶୀ ମୋଟର ଡଙ୍ଗା ମାଧ୍ୟମରେ ଯାଆ ଆସ କରିବାରେ ୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗୁଛି । ତେଣୁ କରି ଏହି ସବୁ ଘଟଣାକୁ ଆଖିଆଗରେ ରଖି ଏହି ଦୁର୍ଗମ ଅଞ୍ଚଳରେ ହିଁ ଶିକ୍ଷକ କ୍ଲଷ୍ଟର କରାଗଲେ ବିଛିନାଞ୍ଚଳରେ ଶିକ୍ଷାର ଉନ୍ନତି ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ଏବଂ ଏହି କ୍ଲଷ୍ଟରରେ ଶିକ୍ଷକ ମାନେ ରହିବା ପାଇଁ ଆଠରୁ ଦଶଟି କ୍ବାର୍ଟର୍ସ ମଧ୍ୟ ରହିବା ନେଇ ମନ୍ତ୍ରୀ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଶହେ କୋଟି ଟଙ୍କାରୁ ଦଶ କୋଟି ଟଙ୍କାରେ ଏହି କ୍ଲଷ୍ଟର ତିଆରି ହେବ ବୋଲି ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଦୁଇଜଣ ଶିକ୍ଷକ କେମିତି ପ୍ରତି ମୁହୂର୍ତ୍ତରେ ଜୀବନ ସହ ସଂଘର୍ଷ କରୁଛନ୍ତି, ସେ ସଂପର୍କରେ ବିଶଦ ଭାବେ ଖବର ପ୍ରସାରିତ ହୋଇଥିଲା । ୬୦ କିଲୋମିଟର ଜଳଯାତ୍ରା ସହ ପାହାଡ, ପର୍ବତ ଚଢି ଓ ଭରା ନଈ ପାରହୋଇ କେମିତି ଯାଉଛନ୍ତି ଶିକ୍ଷକ ଏନେଇ ମନ୍ତ୍ରୀ ପ୍ରସାରିତ ଖବର ଦେଖିବା ପରେ ସେ ଏହି ପ୍ରକାର ନିଷ୍ପତ୍ତି ନେଇଥିବା କହିଛନ୍ତି।