ଛାତ୍ରର ଗାଲ କାମୁଡ଼ି ଶିକ୍ଷକ ନିଲମ୍ବିତ

ଦେବଗଡ଼,ଏନ୍ଏନ୍ଏସ୍ଦଣ୍ଡମୁକ୍ତ ଅଞ୍ଚଳରେ ଜଣେ ସହକାରୀ ଶିକ୍ଷକ ବିଦ୍ୟାଳୟରେ ଜଣେ ଶିଶୁକୁ କାମୁଡି ଦେଇଥିବାବେଳେ ଶିଶୁ ଜଣଙ୍କ ଗୁରୁତର ହୋଇପଡ଼ିଛି। ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଗ୍ରାମବାସୀ ତାଙ୍କର ପିଲାମାନଙ୍କୁ ବିଦ୍ୟାଳୟକୁ ନଛାଡ଼ିବା ସହ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। ପରେ ଶିକ୍ଷାଧିକାରୀ କାନ କାମୁଡ଼ିଥିବା ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି।

ସୂଚନା ଅନୁସାରେ ତିଲେବଣୀ ବ୍ଲକ୍‌ ବଣିଆଁକିଲିଣ୍ଡା ପଞ୍ଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ନୂତନ ଭାବେ ପଢ଼ିବା ପାଇଁ ଆସିଥିବା ପ୍ରିନ୍ସ ଦେବ ନାମକ କୁନି ଶିଶୁ ଶ୍ରେଣୀ କୋଠରୀରେ ବୁଲାବୁଲି କରୁଥିଲା। ସେହି ସମୟରେ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ହରେଶ ପ୍ରଧାନ ହଠାତ ଶିଶୁଟିକୁ କୁଣ୍ଢେଇ ଶିଶୁଟିର ଡାହାଣ ଗାଲରେ କାମୁଡି କ୍ଷତାକ୍ତ କରିଥିଲେ। ଶିଶୁଟି ଚିତ୍କାର କରିବାରୁ ଶିକ୍ଷକ ପ୍ରଧାନ ଶିଶୁର ପରିବାର ଲୋକଙ୍କୁ ଫୋନ କରି ତାଙ୍କ ନଖ ବାଜି ଯାଇଥିବା କହିଥିଲେ। ପରେ ଉକ୍ତ କ୍ଷତସ୍ଥାନଟି ସଂକ୍ରମଣହେବାରୁ ପରିବାର ଲୋକେ ଶିଶୁଟିକୁ ପଚରାଉଚୁରା କରିବାରୁ ଶିଶୁଟି ଶିକ୍ଷକ ହରେଶ କାମୁଡି ଦେଇଥିବା ଜାଣିବାକୁ ପାଇଥିଲେ। ପରିବାର ଲୋକେ ଶିଶୁଟିକୁ ଡାକ୍ତରୀ ଚିକିତ୍ସା କରିବା ସହ ଗତ ବୁଧବାର ଦିନ ବିଦ୍ୟାଳୟକୁ ଆସି ହୋହାଲ୍ଲା ସହ ଏ ସମ୍ପର୍କରେ ସିଆରସିସି ,ବିଇଓ ଏବଂ ଡିଇଓଙ୍କ ଠାରେ ଅଭିଯୋଗ କରିଥିଲେ।

ତେବେ ଅଭିଯୋଗର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶିକ୍ଷକଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନହେବାରୁ ଏହାର ପ୍ରତିବାଦରେ ଆଜି ଗ୍ରାମର ସମସ୍ତ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ପାଠପଢ଼ିବାକୁ ନଛାଡ଼ି ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ସମ୍ପୃକ୍ତ ଶିକ୍ଷକଙ୍କୁ ନିଳମ୍ବିତ କିମ୍ବା  ଅନ୍ୟତ୍ର ବଦଳି କରିବାକୁ ଦାବି କରିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାଏକଙ୍କୁ ଉକ୍ତ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି।