ଗଞ୍ଜାମ,ଏନ୍ଏନ୍ଏସ୍: ଜାଲ ସାର୍ଟିଫିକେଟ୍ରେ ଚାକିରି କରିଥିବା ଶିକ୍ଷକ ଗିରଫ। ୨ଜଣ ନକଲି ଶିକ୍ଷକଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଆସିକା ପୁଲିସ। ଏହା ସହ ଜାଲ୍ ସାର୍ଟିଫିକେଟ୍ ତିଆରି କରୁଥିବା ରାକେଟ୍ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ୨ଅଭିଯୁକ୍ତ ହେଲେ ଆସିକା ମଣ୍ଟାପଡ଼ା ହାଇସ୍କୁଲର ସହକାରୀ ଶିକ୍ଷକ ଓକିଲ ବିଷୋୟୀ ଓ କେନ୍ଦୁପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଶୋକ ସାହୁ। ଏ ନେଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ଏହା ପଛରେ କାହାର ହାତ ରହିଛି ତାହା ଜଣାପଡ଼ିନାହିିଁ।
ଏଭଳି ଶିକ୍ଷକ ନିଯୁକ୍ତ ହେଉଥିବାରୁ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବା ସହ ପିଲାମାନଙ୍କ ଭବିଶ୍ୟତ ସହ ଖେଳ ଖେଳାଯାଉଛି ବୋଲି ଅଭିଭାବକମାନେ ମତ ଦେଇଛନ୍ତି। ଏଥିସହ ଏହାର କଡ଼ାକଡ଼ି ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।