ଛାତ୍ରୀଙ୍କୁ ଧରି ଶିକ୍ଷକ ଫେରାର୍ ଅଭିଯୋଗ

ବଙ୍ଗୋମୁଣ୍ଡା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ତଥା ସିନେ୍ଧକେଲା ଥାନା ଅର୍ଶାତୁଲା ପଞ୍ଚାୟତର କୁର୍ଡିଆମୁଣ୍ଡା ଗାଁ’ରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜଣେ କାର୍ଯ୍ୟରତ ଶିକ୍ଷକ ବିଦ୍ୟାଳୟରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ଧରି କୁଆଡେ ପଳାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ କୁର୍ଡିଆମୁଣ୍ଡା ସ୍କୁଲର ସଂସ୍କୃତ ଶିକ୍ଷକ ଉତ୍ତମ କୁମାର ମେହେନ୍ତ ନିଜ ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା।

ଏହି ପରିପ୍ରେକ୍ଷୀରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରେମ ସମ୍ପର୍କକୁ ନେଇ ଗାଁ’ ସ୍କୁଲରେ ଗଣ୍ଡଗୋଳ ହୋଇଥିଲା। ତେବେ ଗତ ୫ତାରିଖ ଦିନ ଦଶହରା ଛୁଟି ଥିବାବେଲେ ଶିକ୍ଷକ ଛାତ୍ରୀଙ୍କୁ ଧରି ଫେରାର୍ ହୋଇଯାଇଥିଲେ। ଶିକ୍ଷକ ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି। ଏହି ଘଟଣାଟି ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ସିନେ୍ଧକେଲା ଥାନା ରେ କୌଣସି ପ୍ରକାର ମାମଲା ରୁଜୁ ହୋଇନଥିବା ପୁଲିସ ସୂଚନା ଦେଇଛି।