ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଆମ୍ବପାଲି ହାଇସ୍କୁଲକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟିରେ ସାମିଲ କରାଯାଇଛି । ସ୍କୁଲର ରୂପାନ୍ତରଣ କରିବା ପାଇଁ ଅଭିଭାବକଙ୍କୁ ନେଇ ପ୍ରଧାନଶିକ୍ଷକ ବିଜୟ ବାଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିଆରସିସି ହିମାଂଶୁ ଶେଖର ବେହେରା ଓ ସମ୍ମାନିତ ଅତିଥିଭାବେ ଆମ୍ବପାଲି ସମିତି ସଭ୍ୟ ବିଭୀଷଣ ମାଝୀ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଛନ୍ଦା ଚରଣ ସୁନା ପରିଚାଳନା କରିଥିବାବେଳେ ସୁନୀଲ କୁମାର ଭୋଇ, ଚକ୍ରଧର ବାଗ, ଅନୀଲ କୁମାର ନନ୍ଦ, କ୍ଷେତ୍ର ମେହେର, ରାଜ ବିହାରୀ ବନଛୋର, ପର୍ଶୁରାମ ପଟେଲ ଓ ବୈଚନ୍ଦ୍ର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାଜକିଶୋର କଅଁର ଧନ୍ୟବାଦ ଦେଇଥିଲେ ।