ଦିନରେ କେତେଥର ଚା’ ପିଇବା ଉଚିତ୍ ଜାଣନ୍ତୁ

ଅଧିକାଂଶ ଲୋକଙ୍କ ସକାଳର ଆରମ୍ଭ ଏକ କପ ଚା’ରୁ ହୋଇଥାଏ। ମାତ୍ର ଚା’ ପିଇବା ସ୍ୱାସ୍ଥ୍ୟ ପ୍ରତି କେତେ ଉପକାରୀ ଓ କ୍ଷତିକାରକ ତାହା ଜାଣିଛନ୍ତି କି ? ଲୋକେ ଥଣ୍ଡା ପାଗରେ ବିଶେଷ କରି ଶୀତ ଦିନରେ ଚା’ ଓ କଫି ପିଇବାକୁ ଅଧିକାଂଶ ପସନ୍ଦ କରନ୍ତି। ମାତ୍ର ଏହି ସମୟରେ କିଭଳି ଓ କେତେ ଥର ଚା’ ପିଇବା ଉଚିତ ତାଜା ଜାଣି ରଖିବା ଉଚିତ୍ ।

ପାଗ ଯାହା ମଧ୍ୟ ହେଉ, ଦିନ ମଧ୍ୟରେ ୨ଥର ଚା’ ପିଇବା ଉଚିତ। ୨ ଥର ଚା’ ପିଇବା ଦ୍ୱାରା ଏଥିରେ ଥିବା ତତ୍ତ୍ୱ ଓ ଆଣ୍ଟି-ଅକ୍ସିଡ଼ାଣ୍ଟ ଲାଭଦାୟକ ହୋଇଥାଏ। ଅଦା, ତୁଳସୀ, ପୁଦିନା, ମହୁ ସାମାନ୍ୟ ମହୁ ପକାଇ ଚା’ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।
ଥଣ୍ଡା ପାଗରେ ଅଦା ସହ ଡାଲଚିନି ମିଶାଇ ଚା’ ପିଇଲେ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ହୋଇଥାଏ। ୨ ଥରରୁ ଅଧିକ ଚା’ ପିଇଲେ ଚା’ରେ ଥିବା ଟେନିନ ଅଧିକ ମାତ୍ରାରେ ଶରୀରକୁ ଯାଇଥାଏ। ଯାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।