ରାଉକେଲା: ଢେଙ୍କାନାଳ ମେରାମଣ୍ଡଳିସ୍ଥିତ ଟାଟା ଷ୍ଟିଲରେ ଷ୍ଟିମ୍ ପାଇପ ଲାଇନ ଫାଟି ୧୯ କର୍ମଚାରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ଲାଣ୍ଟ ପରିସରକୁ ଘେରାଉ କରାଯିବା ସହ ଆପାତକାଳୀନ ସେବାକୁ ସକ୍ରିୟ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଗୁରୁତରଙ୍କ ପରିବାରଙ୍କ ସହ ଯୋଗାଯୋଗ ଏବଂ ସାହାଯ୍ୟ କରାଯାଉଛି । କମ୍ପାନୀ ଦୁର୍ଘଟଣାର କାରଣ ଖୋଜୁଛି ଏବଂ ଯାଞ୍ଚ ଆରମ୍ଭ କରିଦେଇଛି ।