ନୂଆଦିଲ୍ଲୀ,ଏଜେନ୍ସି: ଟାଟା ଗ୍ରୁପ କମ୍ପାନୀର ନିର୍ଦ୍ଦେଶକ ଭାବେ ସାଇରସ ମିସ୍ତ୍ରୀଙ୍କୁ ପୁନଃ ଅବସ୍ଥାପନ କରାଯାଉ ବୋଲି ଗତମାସରେ ଟ୍ରିବ୍ୟୁନାଲ ରାୟ ଦେଇଥିଲେ। ତେବେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଗୁରୁବାର ଟାଟା ସନ୍ସ ଲିଃ ସୁପ୍ରମିକୋର୍ଟରେ ଆବେଦନ କରିଛି। ତେବେ ଏନ୍ସିଏଲଟି ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରାଯିବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ ଭାବେ କୁହାଯାଇଥିଲା।
ଏହି ଆଦେଶ ଉପରେ ରହିତାଦେଶ ଜାରି କରିବାକୁ ଟାଟା ସନ୍ସ ଲିଃ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରିଛନ୍ତି। ସୂଚନାଥାଉକି, ୩ ବର୍ଷ ତଳେ ଟାଟା ସନ୍ସଙ୍କ ପରିଷଦ ବୈଠକରେ ସାଇରସଙ୍କୁ କମ୍ପାନୀରୁ ହଟାଇ ଦିଆଯାଇଥିଲା।