ଟାଟା ଏସି ଓ ବାଇକ୍ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ସଦର ବ୍ଲକ୍‌ ଅନ୍ତର୍ଗତ ମଧୁସୁଦନପୁର ଛକ ଠାରେ ଏକ ଟାଟା ଏସି ବାଇକକୁ ଧକ୍କା ଦେଇଥିବାବେଳେ ବାଇକ୍ ଚାଳକ ଗୁରୁତର ଥିବା ଜଣାପଡ଼ିଛି। ବାଇକ ଚାଳକ ଜଣଙ୍କ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦୁଜଙ୍ଗ ମାଣପୁର ଗ୍ରାମର ଶ୍ୟାମ ସୁନ୍ଦର ଦାସଙ୍କ ପୁଅ ସମୟ କୁମାର ଦାସ(୨୦)। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏଥିରେ ତାଙ୍କର ଡାହାଣ ପଟ ଗୋଡ଼ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

ସୂଚନାରୁ ଜଣାଯାଇଛି, ରାତ୍ର ୧୧ଟା ସମୟରେ ପୁଲିସ ମଧୁସୁଦନପୁର ଛକ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଟାଟାଏସି ଗାଡିକୁ ସନ୍ଦେହରେ ଅଟକେଇବା ପାଇଁ ଯାଇଥିଲେ। ଟାଟା ଏସି ଚାଳକ ପୁଲିସକୁ ଚକ୍‌ମା ଦେଇ ଦୃତ ଗତିରେ ପେଂରାରହେଉଥିବା ସମୟରେ ସମ୍ମୁଖରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା।