କାଲିଠୁ ଖୋଲିବ ମା’ ତାରିଣୀ ପୀଠ

ଘଟଗାଁ,ଏନ୍ଏନ୍ଏସ୍: ଆସନ୍ତା କାଲିଠୁ ଖୋଲିବ ମା’ ତାରିଣୀ ଘଟଗାଁ ପୀଠ। କାଲି ସକାଳ ୮ଟାରୁ ମା’ଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ପ୍ରଥମେ ପୂଜକଙ୍କ ପରିବାରକୁ ସୁଯୋଗ ମିଳିବ ଓ ପରେ ଅନ୍ୟ ସାଧାରଣ ଦର୍ଶନାର୍ଥୀଙ୍କୁ ଦର୍ଶନ ମିଳିବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ନିୟମ ଅନୁସାରେ ଏକ ସମୟରେ ମନ୍ଦିର ବେଢ଼ା ଭିତରେ ୨୫ରୁ ୩୦ ଜଣ ଭକ୍ତ ଉପସ୍ଥିତ ରହି ଦର୍ଶନ କରିପାରିବେ। ସେହିପରି ମନ୍ଦିର ଭିତରେ ଭୋଗ ଲାଗି ବାରଣ ରହିଛି।