ଋଣ କରିବାରେ ଇତିହାସ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର : ତାରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଆସନ୍ତାକାଲି ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବାବେଳେ ଏଥିରେ କିଛି ନୂତନତ୍ୱ ରହିବ ନାହିଁ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ଅର୍ଥନୈତିକ ସର୍ଭେ ରିପୋର୍ଟରୁ ରାଜ୍ୟ ସରକାର ସଂପୁର୍ଣ୍ଣ ହତୋତ୍ସାହିତ ହୋଇଥିବାର ଜଣାପଡ଼ିଛି। ଏଣୁ ସରକାରଙ୍କ ପାଖରେ ଋଣ କରିବା ଛଡ଼ା ଆଉ କିଛି ବିକଳ୍ପ ନାହିଁ। ଏ ସରକାର ଋଣ କରିବାରେ ଇତିହାସ ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି।
ଶ୍ରୀ ବାହିନୀପତି ତଥ୍ୟ ରଖିଛନ୍ତି ଯେ ଦେଶର ସ୍ୱାଧୀନତା ପରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମାତ୍ର ୮ ହଜାର କୋଟିର ଋଣ କରିଥିଲେ ଏବଂ ଜାନକୀ ପଟ୍ଟନାୟକ ୧୫ ବର୍ଷ ଶାସନ ମଧ୍ୟରେ ମାତ୍ର ୧୫ ହଜାର କୋଟିର ଋଣ କରିଥିଲେ। ହେଲେ ୨୨ ବର୍ଷ ସରକାରରେ ନବୀନ ସରକାର ୧ ଲକ୍ଷ କୋଟିରୁ ଉଦ୍ଧ୍ୱର୍ ଋଣ କରିସାରିଛନ୍ତି। ପୁଣି ଏହି ବଜେଟ୍ ପରେ ଆଗକୁ କେତେ ଋଣ କରିବେ ତାହା ଆସନ୍ତାକାଲି ଜଣାପଡ଼ିବ।