ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶ୍ୱର ପ୍ରଥମ ଆୟୁର୍ବେଦିକ ଫେମଟେକ୍ ବ୍ରାଣ୍ଡ ଗାଇନୋବେଦ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର ଭାବରେ ନିଯୁକ୍ତ କରିଛି। ଏହି ସଂସ୍ଥାର ଏକ ଅଂଶ ଭାବରେ, ଗାଇନୋବେଦ ଆୟୁର୍ବେଦ ଫର ହେଲଦି ପିରିୟଡ୍ସ ଆରମ୍ଭ କରିଛି। ଏହି ଡିଜିଟାଲ-ଫାଷ୍ଟ କମ୍ପାନୀ ଦେଶର ୨୦,୦୦୦ ପିନ୍ କୋଡ୍ ଏରିଆରେ ରହୁଥିବା ମହିଳାଙ୍କ ପିସିଓଏସ୍, ପିସିଓଡି, ଯୌନାଙ୍ଗରୁ ଡିସ୍ଚାର୍ଜ, ବନ୍ଧ୍ୟାତ୍ୱ ଆଦି ସ୍ତ୍ରୀରୋଗ ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ସହଜ ଓ କମ୍ ଦାମରେ ଆୟୁର୍ବେଦିକ ଉପଚାର ଉପଲବ୍ଧ କରାଉଛି।
ଏହି ଡାଇରେକ୍ଟ ଟୁ କଞ୍ଜୁମର୍ ବ୍ରାଣ୍ଡ କ୍ଲିନିକାଲ୍ ଗବେଷଣା କରାଯାଇଥିବା ବିରଳ ଚେରମୂଳରେ ତିଆରି ନିଜର ଅତ୍ୟନ୍ତ ପ୍ରଭାବଶାଳୀ ଆୟୁର୍ବେଦିକ ମାଲିକାନା ଔଷଧଗୁଡ଼ିକ ପାଇଁ ଗାଇନୋବେଦ ଗ୍ରାହକଙ୍କ ଭଲପାଇବା ଓ ସମର୍ଥନ ପାଇଛି, ତେଣୁ ଅନ୍ୟ ପକ୍ଷରେ ତାପସୀ ପନ୍ନୁଙ୍କ ସହିତ ଟିମ ବନାଇବା ଗାଇନୋବେଦ ପାଇଁ ସଠିକ ସମୟ, ଯିଏକି ବିଶେଷ ରୂପରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ସୁରକ୍ଷାକୁ ପ୍ରଭାବିତ କରୁଥିବା ଗଭୀର ସାମାଜିକ ପରିବର୍ତନକୁ ବିଶେଷ କରି ସକ୍ରିୟ ଭାବରେ ସମର୍ଥନ କରିଛନ୍ତି।