ତପନ ମିଶ୍ରଙ୍କୁ ବେଷ୍ଟ୍ ଟ୍ୟୁରିଷ୍ଟ ଗାଇଡ୍ ଆୱାର୍ଡ

ନୂଆଦିଲ୍ଲୀ: ଭାରତୀୟ ପର୍ଯ୍ୟଟନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାର ତପନ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତାଙ୍କୁ ୨୦୧୭-୧୮ ବର୍ଷର ବେଷ୍ଟ୍ ଟ୍ୟୁରିଷ୍ଟ ଗାଇଡ୍ ଆୱାର୍ଡ ପ୍ରଦାନ କରାଯାଇଛି।  ଜଗତସିଂହପୁର ଜିଲ୍ଲା ନରଦିଆ ଗ୍ରାମରେ ତପନଙ୍କ ଘର। ସେ ଦୀର୍ଘ ୨୩ ବର୍ଷ ଧରି ପର୍ଯ୍ୟଟନ ମନ୍ତ୍ରଣାଳୟର ସ୍ୱୀକୃତିପ୍ରାପ୍ତ ଗାଇଡ୍ ଭାବେ କାର୍ଯ୍ୟ କରିଆସୁଛନ୍ତି।

କଲଚ୍ୟୁରାଲ ଆମ୍ବାସଡର ଭାବେ ବିଦେଶୀ ପର୍ଯ୍ୟଟକଙ୍କ ନିକଟରେ ପ୍ରଶଂସିତ ହୋଇପାରିଛନ୍ତି। ସେ ଏହି ଆୱାର୍ଡ ଅର୍ଜନ କରିବାରେ ପ୍ରଥମ ଓଡିଆ ଓ ପୂର୍ବ ଭାରତରେ ଦ୍ୱିତୀୟ ସର୍ବକନିଷ୍ଠ ବ୍ୟକ୍ତି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୟୁଏନ୍ ବିଶ୍ୱ ପର୍ଯ୍ୟଟନ ସଂଗଠନର ସାଧାରଣ ସମ୍ପାଦକଙ୍କ ଜୁରବ୍ ପୋଲୋଲିକାଶିବାଲି ମିଶ୍ରଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।