ତାମିଲନାଡୁରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି

ଚେନ୍ନାଇ,ଏଜେନ୍ସି: କରୋନା ମାମଲାକୁ ନଜରରେ ରଖି ତାମିଲନାଡୁ ସରକାର ଅଗଷ୍ଟ ୩୧ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଥିବା ସୂଚନା ଦେଇଛନ୍ତି। ମାସର ପ୍ରତ୍ୟେକ ରବିବାର ରାଜ୍ୟ ସମ୍ପୂର୍ଣ୍ଣ ଲକଡାଉନ ରହିବ। ତେବେ କେବଳ ଜରୁରି ଥିବା ଜିନିଷର ପରିବହନ ଜାରି ରହିବ। ଲକଡାଉନ କଟକଣାକୁ କିଛିମାତ୍ରାରେ କୋହଳ କରାଯାଇଛି।

ହୋଟେଲ୍ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏବଂ ଦୋକାନବଜାର ସକାଳ ୬ଟାରୁ ଆରମ୍ଭ କରି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ। ସୂଚନାଯୋଗ୍ୟ, ତାମିଲନାଡୁରେ ବର୍ତ୍ତମାନ ସୁଦ୍ଧା କରୋନାରେ ୩ ହଜାର ୭୭୧ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ଗତ ସପ୍ତାହରେ ପ୍ରତିଦିନ ରାଜ୍ୟରେ ୭ହଜାର ଲେଖାଏଁ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାର ନଜରରେ ରଖି ତାମିଲନାଡୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।