ତାମିଲନାଡ଼ୁ: ତାମିଲନାଡ଼ୁର ବହିଷ୍କୃତ ଏଡିଜିପି ରାଜେଶ ଦାସ ନିଜ ସାଥୀ ମହିଳା ଅଧିକାରୀଙ୍କ ସହ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବିଲ୍ଲୁପୁରମର ଏକ ଅଦାଲତ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜୋରିମାନା ସଜା ଶୁଣାଇଛନ୍ତି । କିନ୍ତୁ ତାଙ୍କୁ ଉକ୍ତ ମାମଲାରେ ଜାମିନ ମିଳିଯାଇଛି ।
ସୂଚନାଯୋଗ୍ୟ, ୨୦୨୧ ଫେବୃୟାରୀରେ ଜଣେ ଆଇପିଏସ ଅଧିକାରୀ ନିଜ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଏଥିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଡପ୍ପାଦୀ କେ ପଲାନିସ୍ୱାମୀ ନିର୍ବାଚନ ପ୍ରଚାର କରୁଥିବା ସମୟରେ ସୁରକ୍ଷା ଦାୟିତ୍ୱରେ ଉକ୍ତ ମହିଳା ଅଫିସର ଥିଲେ ବୋଲି ଉଲ୍ଲେଖ କରାଯାଇଛି । ଆଉ ଏହି ସମୟରେ ଶ୍ରୀ ଦାସ ସମ୍ପୃକ୍ତ ମହିଳା ଅଧିକାରୀଙ୍କ ସହ ଯୌନ ସମ୍ବନ୍ଧ ରଖିଥିଲେ । ଶ୍ରୀ ଦାସ ବହୁବାର ମହିଳା ଅଧିକାରୀଙ୍କୁ ମାମଲ।। ଦାୟର ନ କରିବା ପାଇଁ ଧମାକାଇବା ସହ ସରକାରୀ ଶକ୍ତିର ଦୁରୁପଯୋଗ କରିଥିଲେ ବୋଲି କହିଛନ୍ତି ।