ଚେନ୍ନାଇ,ଏଜେନ୍ସି : ଗୁରୁବାର ସୁପରଷ୍ଟାର୍ ରଜନୀକାନ୍ତ କହିଛନ୍ତି ଯେ ସେ କେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଭିଳାଷ ପୋଷଣ କରିନାହାନ୍ତି। ସେ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ଗଠନମୂଳକ ରାଜନୈତିକ ଦଳଟିଏ ଗଢ଼ିବାର ଆଶାପୋଷଣ କରିଛନ୍ତି ମାତ୍ର। ୨୦୧୭ ଡିସେମ୍ବର ୩୧ରେ ସେ ରାଜନୈତିକ ଦଳ ଗଠନ ପାଇଁ ଘୋଷଣା କରିଥିଲେ। ସେତେବେଳେ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ଆଶାପୋଷଣ କରିଥିଲେ। ପରେ ସେ ଯୁବପୀଢ଼ିଙ୍କ ହାତରେ ଦେଶର ନେତୃତ୍ୱ ଦେବାକୁ ମତପୋଷଣ କରିଥିଲେ। ତେବେ ଅବସରପ୍ରାପ୍ତ ବିଚାରପତି, ଆଇଏଏସ୍ ଓ ଆଇପିଏସ୍ ଅଧିକାରୀମାନେ ଯୁବପୀଢ଼ିଙ୍କ ସହିତ ତାଳ ଦେଇ ଦେଶକୁ ବିକାଶ ଦିଗରେ ଆଗେଇନେବା ଉଚିତ ବୋଲି କହିଥିଲେ। ଏବେସୁଦ୍ଧା ତାଙ୍କର ରାଜନୈତିକ ଦଳ ପ୍ରତିଷ୍ଠା ଉଦ୍ୟମ ଅଧାରେ ରହିଛି।