ବ୍ରାହ୍ମଣୀଗାଁ’ରେ ତାଲୁକା ଆଇନ ସେବା ପ୍ରାଧିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ସମଗ୍ର ଆଇନ ସେବା ପ୍ରଦାନକାରୀ ସଂସ୍ଥା ଦ୍ବାରା ସଚେତନ ଏବଂ ପହଞ୍ଚ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକା ଆଇନ୍ ସେବା କମିଟି ଦାରିଙ୍ଗବାଡି, କନ୍ଧମାଳ ପକ୍ଷରୁ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡି କୋର୍ଟର ବିଚାରପତି ଗଗନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗାଦେଇ ଉପସ୍ଥିତ ଜନତାଙ୍କୁ ଆଇନ୍ ସେବା ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଏକ ସ୍ବତନ୍ତ୍ର ଆଇନ୍ ସେବା ବ୍ୟବସ୍ଥା ଆମ କେନ୍ଦ୍ର ସରକାରଙ୍କ ଦ୍ଵାରା ୧୯୮୭ ମସିହାରେ ଆଇନ୍ ସେବା ପ୍ରାଧିକରଣ ଅଧିନିୟମ ନାମରେ ଏକ ଆଇନ୍ ପ୍ରଣୟଣ କରାଯାଇଛି। ଯାହା ୧୯୯୫ ମସିହାରୁ କାର୍ଯକ୍ଷମ ହୋଇ ବଳବତ୍ତର ରହିଛି।

ଏହି ଆଇନ୍ ବଳରେ ଜାତୀୟ ସ୍ତରରୁ ଆରମ୍ଭ କରି ତାଲୁକା ସ୍ତର ଯାଏ ଆଇନ୍ ସେବା ପ୍ରାଧିକରଣ ଅଥବା ଆଇନ୍ ସେବା କମିଟି ଗଠନ କରାଯାଇ ତାଙ୍କ ଜରିଆରେ ମାଗଣା ଆଇନ୍ ସେବା ଯୋଗାଇ ଦେବା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ। ବିଶେଷକରି ଆମ ଅଞ୍ଚଳରେ ଘଟୁଥିବା ଘଟଣା ଯାହା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ ମାନଙ୍କର ନ୍ୟାୟ ସଂଗତ ଦାବିକୁ ସାବ୍ୟସ୍ତ କରିବା ପାଇଁ କ’ଣ ସବୁ ଆଇନ ସମ୍ପର୍କିତ ସରକାରୀ ସହାୟତା ଉପଲବ୍ଧ ଅଛି ସେ ସମ୍ପକରେ ଅବଗତ କରାଇଥିଲେ।

ଆମ ଗାଁ’ ସେଛାସେବୀ ଅନୁଷ୍ଠାନର ସମ୍ପାଦକ କିଶୋର ବଳିଆର ସିଂଙ୍କ ନେତୃତ୍ଵରେ ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିବା ବେଳେ ଆଇନଜୀବୀ ରଞ୍ଜିତ କୁମାର ମନ୍ତ୍ରୀ, ଏସଆଇ ଦୀପକ ସାମନ୍ତ ସିଂହାର, ବିକ୍ରମ ବସ୍ତରାୟଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଓ ସ୍ବେଚ୍ଛାସେବୀ ଯୋଗଦେଇଥିଲେ। ଏହାପରେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଭ୍ରାମ୍ୟମାଣ ଯାନ ଦ୍ବାରା ସଚେତନା ଅଭିଯାନରେ ବ୍ୟବହୃତ ଯାନର ଶୁଭାରମ୍ଭ କରାଯାଇଥିଲା। ସେହିପରି ବିଚାରପତି ଶ୍ରୀ ସାହୁ ସିକେରମାହାରେ ଆୟୋଜିତ ଆଇନ୍ ସେବା ପ୍ରାଧିକରଣ କାର୍ଯ୍ୟକ୍ରମରେ ଯୋଗଦେଇ ଆଇନ ସମ୍ପର୍କିତ କର୍ମଶାଳାରେ ଯୋଗ ଦେଇଥିଲେ।