ପାକିସ୍ତାନକୁ ଝଟକା ଦେଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକା ସୈନିକ ଫେରାଇ ନେବା ପରେ ଏବେ ତାଲିବାନ ସମ୍ପୂର୍ଣ୍ଣ ରୂପେ ଆଫଗାନିସ୍ତାନ ଦଖଲ କରିଛି। ଇତିମଧ୍ୟରେ ତାଲିବାନକୁ ଭାରତ ବିରୋଧରେ ଉସୁକାଇବାକୁ ପାକିସ୍ତାନ ପ୍ରୟାସ ଜାରି ରଖିଛି। ଏଥିସହିତ କଶ୍ମୀରକୁ ନେଇ ଷଡ଼ଯନ୍ତ୍ର ରଚିବାକୁ ମଧ୍ୟ ଚେଷ୍ଟା କରୁଛି। କିନ୍ତୁ ପାକିସ୍ତାନର ଏହି ଚକ୍ରାନ୍ତକୁ ତାଲିବାନ ଶକ୍ତ ଝଟକା ଦେଇଛି। ଆଉ କଶ୍ମୀର ପ୍ରସଙ୍ଗରେ କୌଣସି ପ୍ରକାର ଦଖଲ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି।

ତାଲିବାନ ନେତା ଅନସ ହକ୍କାନୀ କହିଛନ୍ତି ଯେ, କଶ୍ମୀର ହେଉଛି ଭାରତ ଓ ପାକିସ୍ତାନର ଆଭ୍ୟନ୍ତରୀଣ ମାମଲା ଯେଉଁଥିରେ ଆମେ ହସ୍ତକ୍ଷେପ କରିବୁ ନାହିଁ। କଶ୍ମୀର ଆମ ଅଧିକାର କ୍ଷେତ୍ରର ଅଂଶ ନୁହେଁ ଏବଂ ଆମେ ହସ୍ତକ୍ଷେପ ନୀତିକୁ ବିରୋଧ କରୁ। ଆମେ ଆମ ନୀତି ବିରୋଧରେ କେମିତି ଯାଇପାରିବୁ?