କାଲି ସରକାର ଘୋଷଣା କରିବ ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିବା ପରେ ଆସନ୍ତାକାଲି ତାଲିବାନ ନୂଆ ସରକାର ଘୋଷଣା କରିବ। ତାଲିବାନ ନେତା ହିବତୁଲ୍ଲାହ ଅଖୁନ୍ଦଜାଦା ଏହି ସରକାରର ସୁପ୍ରିମୋ ରହିବେ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ତାଙ୍କ ଆଦେଶ ଅନୁସାରେ କାମ କରିବେ। ଏନେଇ ତାଲିବାନ କଲଚୁରାଲ କମିଶନର ସଦସ୍ୟ ଅନମୁଲ୍ଲାହ ସମଲଗୋନୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ ତାରିଖରେ କାବୁଲ ଦଖଲ କରିବା ପରେ ଆଫଗାନିସ୍ତାନକୁ ତାଲିବାନ ନିୟନ୍ତ୍ରଣାଧୀନ କରିଥିଲା। ଆମେରିକା ସେନା ମଧ୍ୟ ଅଗଷ୍ଟ ୩୦ ତାରିଖରେ ଆଫଗାନିସ୍ତାନରୁ ଫେରିଯାଇଥିଲା।