କାବୁଲ,ଏଜେନ୍ସି: ଆଫଗାନିସ୍ତାନକୁ ଅକ୍ତିଆର କରିସାରିଥିବା ତାଲିବାନୀମାନଙ୍କ ରାଜୁତିରେ ଦିନକୁ ଦିନ ହୃଦୟକୁ ଆଘାତ ଦେଲା ଭଳି ଖବର ଶୁଣିବାକୁ ମିଳୁଛି। କିନ୍ତୁ ତାଲିବାନୀ ଶାସକ ଦାବି କରୁଛନ୍ତି ଯେ, ଲୋକଙ୍କ ଅଧିକାରକୁ ସୁରକ୍ଷିତ ରଖାଯିବ। ତାଲିବାନ ଯାହା କହୁଛି, ତାହାର ଓଲଟା କରୁଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଉଛି। ଏହାରି ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର (ୟୁଏନ)ର ମାନବୀୟ ମାମଲାର ସଂସ୍ଥା ମୁଖ୍ୟ ମାର୍ଟିନ ଗ୍ରିଫିଥ୍ସ ତାଲିବାନ ନେତା ମୁଲ୍ଲା ବରାଦରଙ୍କୁ ଭେଟିଛନ୍ତି। କାବୁଲର ବିଦେଶ ମନ୍ତ୍ରାଳୟରେ ହୋଇଥିବା ଏହି ସାକ୍ଷାତକାର ସମୟରେ ମାର୍ଟିନ ଗ୍ରିଫିଥ୍ସ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର ଆଫଗାନିସ୍ତାନ ସହିତ ନିଜର ସମର୍ଥନ ଏବଂ ସହଯୋଗ ରହିବ।
ମାନବୀୟ ମାମଲା ଏବଂ ଜରୁରୀକାଳୀନ ସମନ୍ୱୟକ ଲାଗି ସଂଯୁକ୍ତ ରାଷ୍ଟ୍ରର ଉପରିସ୍ଥ ମହାମହିମ ମାର୍ଟିନ ଗ୍ରିଫିଥ୍ସ ଟୁଇଟ କରି ମୁଲ୍ଲା ବରାଦରଙ୍କୁ ଭେଟିଥିବା ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଆଫଗାନିସ୍ତାନରେ ଲକ୍ଷାଧିକ ଅଭାବୀ ଲୋକଙ୍କୁ ନଷ୍ପକ୍ଷ ମାନବୀୟ ସହାୟତା ଏବଂ ସୁରକ୍ଷା ପ୍ରଦାନ କରିବା ଲାଗି ରାଷ୍ଟ୍ରର ପ୍ରତିଶ୍ରୁତି ସ୍ପଷ୍ଟ କରିବା ପାଇଁ ତାଲିବାନର ନେତୃତ୍ୱକୁ ଭେଟିଛି।