ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷ

କୋଲମ୍ବୋ,ଏଜେନ୍ସି: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷ ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଏହି ସମାରୋହ ଆଜି ଅପରାହ୍ଣରେ ରାନିଲ ବିକ୍ରମ ସିଂ ବିଦ୍ଧିବଦ୍ଧ ଭାବେ ଇସ୍ତଫା ପରେ ଶପଥ ଗ୍ରହଣ ହେବ।

ପୂର୍ବରୁ ପ୍ରଧାନମନ୍ତ୍ରୀ ବିକ୍ରମ ସିଂଙ୍କୁ ସଂସଦରେ ବହୁମତ ହାସଲ ହୋଇଛି। କିନ୍ତୁ ଗୋଟାବାୟା ରାଜପକ୍ଷ ରାଷ୍ଟ୍ରପତି ପଦ ଜିତିବା ପରେ ଜନତାଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ କରି ସେ ଇସ୍ତଫା ଦେଉଥିବା କହିଛନ୍ତି।