ଭାରତରେ ହେବ ୨୦୨୧ ଟି-୨୦ ବିଶ୍ୱକପ

ଦୁବାଇ,ଏଜେନ୍ସି: ଆସନ୍ତା ୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ୍। ୨୦୨୨ରେ ଏହାର ପରବର୍ତ୍ତୀ ସଂସ୍କରଣ ଅଷ୍ଟ୍ରେଲିଆରେ ଆୟୋଜନ ହେବ। ଶୁକ୍ରବାର ଭିଡ଼ିଓ କନଫରେନ୍ସ ଜରିଆରେ ଆଇସିସି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖରୁ ଆଇସିସିର ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା । ମାତ୍ର କରୋନା ସଂକ୍ରମଣ ଦୃଷ୍ଟିରୁ ଏହାକୁ ସ୍ଥଗିତ ରଖାଯାଇଛି ।