ମେଲବୋର୍ଣ୍ଣ,ଏଜେନ୍ସି: ଜାରି ରହିଥିବା ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ରହିଛି ଭାରତ । ଆସନ୍ତାକାଲି ନେଦରଲାଣ୍ଡସ ସହ ଦଳର ମୁକାବିଲା ରହିଛି ଏନେଇ ସିଡନୀରେ ପହଞ୍ଚିଛି ଟିମ ଇଣ୍ଡିଆ । ମ୍ୟାଚ ପୂର୍ବରୁ ସିଡନୀରେ ଭାରତୀୟ କ୍ରିକେଟ ଟିମ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ନେଟ୍ ପ୍ରାକ୍ଟିସ ପାଇଁ ମନା କରିଛି । ହୋଟେଲ ଠାରୁ ୪୨ କିମି ଦୂର ବ୍ଲାକଟାଉନରେ ପ୍ରାକ୍ଟିସ ହେଉଥିବାରୁ ମନା କରିଛି ଦଳ । ଏତେ ଦୂରକୁ ଯାଇ ପ୍ରାକ୍ଟିସ ସମ୍ଭବ ନୁହେଁ ବୋଲି ଜଣାଇଛି । ଏହା ସହ ଖାଦ୍ୟକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି ଖେଳାଳି । ଖାଦ୍ୟରେ କେବଳ ସାଣ୍ଡୱିଚ ଦିଆଯାଇଥିଲା ତାହା ପୁଣି ଥଣ୍ଡା ହୋଇଯାଇଥିବା କହିଛି ଭାରତୀୟ ଦଳ ।
ବିସିସିଆଇ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ଦଳକୁ ପ୍ରାକ୍ଟିସ ସେସନରେ ଥଣ୍ଡା ଖାଦ୍ୟ ଦିଆଯାଇଥିଲା । ସ୍ବାଦିଷ୍ଟ ମଧ୍ୟ ନଥିଲା । ଖାଇବାକୁ କେବଳ ସାଣ୍ଡୱିଚ ଦିଆଯାଇଥିଲା । ଆଇସିସିକୁ ଭାରତୀୟ ଦଳ କହିଛି ଯେ, ସିଡନୀରେ ପ୍ରାକ୍ଟିସ ସେସନ ପରେ ଦଳକୁ ଦିଆଯାଇଥିବା ଖାଦ୍ୟ ଥଣ୍ଡା ଓ ଖାଦ୍ୟ ଉପଯୋଗୀ ନଥିଲା । ଏହା ସହ ବ୍ଲାକଟାଉନରେ ପ୍ରାକ୍ଟିସ ପାଇଁ ମନା କରିଛି ଦଳ । ହୋଟେଲ ଠାରୁ ୪୨ କିମି ଦୂର ବ୍ଲାକଟାଉନରେ ପ୍ରାକ୍ଟିସ ମ୍ୟାଚ ଥିବାରୁ ଦଳ ଖେଳିବାକୁ ମନା କରିଛି ।
ଆଇସିସି ଟି-୨୦ ତାଲିକାରେ ଭାରତ ଟପ୍ରେ ରହିଛି । ନେଦରଲାଣ୍ଡସ ସହ ହେବାକୁ ଥିବା ମ୍ୟାଚ ପୂର୍ବରୁ ଦଳକୁ ଅଣଦେଖା କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଭାରତୀୟ ଦଳ ପ୍ରତି ଭେଦଭାବ ହୋଇଥିବା ମଧ୍ୟ କୁହାଯାଉଛି । ଅଷ୍ଟ୍ରେଲିଆ ଖେଳାଳିଙ୍କୁ ୫ ତାରକା ହୋଟଲ ଓ ଭାରତୀୟ ଖେଳାଳିଙ୍କୁ ୪ ତାରକା ହୋଟଲେ ରହିବା ବ୍ୟବସ୍ଥା ହୋଇଛି । ୧୩୮ କୋଟି ଭାରତୀୟଙ୍କ ପ୍ରତି ଏହା ଅପମାନ ବୋଲି ଚର୍ଚ୍ଚା ହେଉଛି । ଏପରି ଅବବ୍ୟସ୍ଥାକୁ କ୍ରିକେଟ ପ୍ରେମୀ ସମାଲୋଚନା କରିଛନ୍ତି । ପ୍ରଥମ ମୁକାବିଲାରେ ପାକିସ୍ତାନକୁ ହରାଇବା ପରେ ସିଡନୀରେ ଆସନ୍ତାକାଲି (ଗୁରୁବାର) ନେଦରଲାଣ୍ଡସକୁ ଭେଟିବ ଟିମ ଇଣ୍ଡିଆ । ପାକିସ୍ତାନ ବପକ୍ଷରେ ଏକ ଦମଦାର ବିଜୟ ହାସଲ କରିଥିଲା ଭାରତ ।