ଟି-୨୦ ବିଶ୍ୱ କପ୍: ସାଉଥ ଆଫ୍ରିକାକୁ ୫ ୱିକେଟର ହରାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,ଏଜେନ୍ସି: ଟି-୨୦ ବିଶ୍ୱ କପର ସୁପର ୧୨ ଗ୍ରୁପ୍-୧ର ପ୍ରଥମ ମ୍ୟାଚ ଆଜି ସାଉଥ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଷ୍ଟ୍ରେଲିଆ ସାଉଥ ଆଫ୍ରିକାକାୁ ୫ ୱିକେଟରେ ପରାସ୍ତ କରିଛି। ୧୧୯ ରନ୍ ଲକ୍ଷ୍ୟକୁ ଉତ୍ତର ଅଷ୍ଟ୍ରେଲିଆ ଶେଷ ଓଭରରେ ହାସିଲ କରିଛି। ଅଷ୍ଟ୍ରେଲିଆକୁ ଶେଷ ଓଭରରେ ୭ରନର ଆବଶ୍ୟକ ଥିଲା।

ଅଷ୍ଟ୍ରେଲିଆ ଟସ୍ ଜିତିଥିବା ବେଳେ କ୍ୟାପଟେନ ଆରୋନ ଫିଞ୍ଚ ବୋଲିଂର ନିଷ୍ପତ୍ତି ନେଇଥିଲେ। ପ୍ରଥମ ପାଳିରେ ସାଉଥ ଆଫ୍ରିକା ଖେଳି ୧୧୮ ରନ କରିଥିଲା। ଏଥିରେ ବାଭୁମା ୧୨ ରନ୍, ଡି କକ୍ ୭ ରନ୍, ଡୁସେନ ୨ ରନ୍, ମକ୍ରମ ୪୦ ରନ୍, କ୍ଲାସେନ୍ ୧୩ ରନ୍, ମିଲର ୧୬ ରନ୍, ପ୍ରିଟୋରିଅସ୍ ୧ ରନ୍, ରାବଡା ୧୯ ରନର ଯୋଗଦାନ କରିଥିଲେ। ଏହି ପାଳିରେ ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ, ହେଜଲଉଡ୍ ଓ ଜାମ୍ପା ୨ଟି ଲେଖାଏଁ ୱିକେଟ ପତନ କରିଥିଲେ। ସେହିପରି ମାକ୍ସୱେଲ ଓ କୁମିନସ ଗୋଟିଏ ଲେଖାଏଁ ୱିକେଟ ହାସିଲ କରିଛନ୍ତି।

ପରବର୍ତ୍ତୀ ପାଳିରେ ଅଷ୍ଟ୍ରେଲିଆ ବ୍ୟାଟିଂ କରି ୫ ୱିକେଟ ହରାଇ ୧୧୯ ରନର ଟାର୍ଗେଟକୁ ହାସିଲ କରିଥିଲେ। ଏଥିରେ ଡେଭିଡ ୱାରନର ୧୪, ମିଚେଲ ମାର୍ସ ୧୧, ଷ୍ଟିଭ ସ୍ମିଥ୍ ୩୫, ମାକ୍ସୱେଲ ୧୮, ଷ୍ଟୋନିସ୍ ୨୪ ଓ ମାଥୱି ୱାଡେ ୧୫ ରନ କରିଛନ୍ତି। ଏହି ପାଳିରେ ଅନରିଚ ନରଟଜି ୨ଟି ୱିକେଟ ହାସିଲ କରିଥିବା ବେଳ କାଗିସୋ ରାବଡା, କେସଭ ମହାରାଜ ଓ ଟବରାଇଜ ସାମସି ଗୋଟିଏ ଲେଖାଏଁ ୱିକେଟ ହାସିଲ କରିଛନ୍ତି।