କରୋନା ମହାମାରୀ ଯୋଗୁଁ ସ୍ଥଗିତ ରହିଲା ଟି-୨୦ ବିଶ୍ୱକପ୍

ନୂଆଦିଲ୍ଲୀ,ଏଜେନ୍ସି: ଚଳିତବର୍ଷ ହେବନି ଟି୨୦ ବିଶ୍ୱକପ ମ୍ୟାଚ। ଆଜି  ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ  ଟି-୨୦ ବିଶ୍ୱ କପକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।  ଏହି ବିଶ୍ୱକପ ଆସନ୍ତା ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ସ୍ଥିର ହୋଇଥିଲା ।କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି।
ବିଶ୍ୱକପକୁ ୨୦୨୧ କିମ୍ବା ୨୦୨୨ରେ ଆୟୋଜନ କରିବାକୁ ଆଇସିସି ବିଚାର କରୁଛି । ୨୦୨୧ରେ ହେଲେ ତାହାକୁ ଅକ୍ଟୋବର-ନଭେମ୍ବର ମାସରେ ଖେଳାଯାଇ ନଭେମ୍ବର ୧୪ରେ ଫାଇନାଲ ଖେଳିବାକୁ ପ୍ରସ୍ତାବ ଉପରେ ବିଚାର କରାଯାଉଛି । ସେହିପରି ୨୦୨୨ରେ ହେଲେ ତାହାକୁ ଅକ୍ଟୋବର-ନଭେମ୍ବରରେ ଖେଳାଯାଇ ୧୩ ନଭେମ୍ବରରେ ଫାଇନାଲ ରଖିବାକୁ ବିଚାର କରାଯାଉଛି ବୋଲି ବୈଠକରେ ଆଲୋଚନା ହୋଇଥିଲା।