ସ୍ୱପ୍ନାଙ୍କ ବ୍ରେକ୍ ଡାନ୍ସ

‘ହରିଆଣ୍ୱି ଛୋରି’ ସ୍ୱପ୍ନା ଚୌଧୁରୀଙ୍କ ଏକ ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି ଗ୍ଲାମର ଜଗତରେ। ଏହି ଭିଡିଓରେ ସ୍ୱପ୍ନା ଧମାକାଦାର ବ୍ରେକ୍ ଡାନ୍ସ କରି ପ୍ରଶଂସକଙ୍କ ମନ କିଣିନେଇଥିବା ଦେଖିବାକୁ ମିଳୁଛି। ସୋସିଆଲ୍ ମିଡିଆରେ ପ୍ରବଳ ଭାବରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ସ୍ୱପ୍ନା ହରିଆଣ୍ୱି ଗୀତରେ ଧୁମ୍ ଧଡ଼ାକା କରୁଛନ୍ତି। ଭୋଜପୁରୀ, ପଞ୍ଜାବୀ ଓ ହରିଆଣ୍ୱି ଫିଲ୍ମରେ ଧୁମ୍ ମଚେଇଥିବା ସ୍ୱପ୍ନାଙ୍କ ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି ପ୍ରଶଂସକ।

ସ୍ୱପ୍ନାଙ୍କ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଏହି ଭିଡିଓଟିକୁ ଏହାରି ମଧ୍ୟରେ ହଜାର ହଜାର ଭ୍ୟୁଜ୍ ମିଳିସାରିଲାଣି। ଲୋକମାନେ ସ୍ୱପ୍ନାଙ୍କ ସହିତ ତାଳଦେଇ ନାଚିବା ଓ ସିଟି ବଜାଇବାରୁ ଜଣାପଡ଼ୁଛି ସ୍ୱପ୍ନାଙ୍କ ନୃତ୍ୟ ତାଙ୍କର ବେଶ୍ ପସନ୍ଦ ହୋଇଛି। ଇଭେଣ୍ଟସ ବ୍ୟତୀତ ସ୍ୱପ୍ନା ଟିକଟକ୍ ରେ ମଧ୍ୟ ହଇଚଇ ସୃଷ୍ଟି କରୁଛନ୍ତି।

Comments are closed.