ସୀମାରେ ବଢ଼ୁଛି ଦୁଇ ସେନାଙ୍କ ମଧ୍ୟରେ ଉତ୍ତେଜନା, ଦୀପାବଳିରେ ମିଠା ଦିଆ ନିଆ ହେବନି

ଶ୍ରୀନଗର,ଏଜେନ୍ସି: ଦୀପାବଳି ପୂର୍ବରୁ ପାକ୍ ସୀମାରେ ସେନାମାନଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଉଥିବା ବେଳେ ଚଳିତ ବର୍ଷର ଉତ୍ତେଜନାକୁ ଲକ୍ଷକରି ଏହା ବନ୍ଦ ହୋଇଛି। ତେବେ ପୁଲୱାମା ଆତଙ୍କ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଘୋର ବିବାଦ ସୃଷ୍ଟି ହୋଇଛି। ଏପରିକି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ ପରେ ଭାରତୀୟ ସେନା ମଧ୍ୟ ପାକିସ୍ତାନର କେତେକ ଲଞ୍ଚ ପ୍ୟାଡକୁ ନଷ୍ଟ କରିଦେଇଛି। ଏହି ସବୁ ତଥ୍ୟକୁ ଆଧାରକରି ଚଳିତ ବର୍ଷ ସେନାମାନଙ୍କ ମଧ୍ୟରେ କେହି କାହାରିକୁ ମିଠା ଦେଇନାହାଁନ୍ତି।

ମିଳିଥିବା ସୂଚନା ମୁତାବକ ପ୍ରୋଟୋକଲ ହିସାବରେ ପ୍ରତି ବର୍ଷ ଇସଲାମବାଦରେ ଥିବା ଭାରତୀୟ ହାଇ କମିଶନଙ୍କ ପକ୍ଷରୁ ଦୀପାବଳି ପାଇଁ ମିଠା ଦିଆଯାଇଥାଏ। କିନ୍ତୁ ଚଳିତ ବର୍ଷ ପ୍ରଥମେ ପାକିସ୍ତାନ ଆଇଏସଆଇ ପକ୍ଷରୁ ମିଠା ପ୍ୟାକେଟକୁ ଗ୍ରହଣ କରାଯାଇଥିଲେ ବି ପରେ ଫେରାଇ ଦିଆଯାଇଛି। ଏଠାରେ ସୂଚନା ଥାଉ କି ଆଇଏସଆଇ ହେଉଛି ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଓ ପାକିସ୍ତାନର ସତ୍ତା-ରଣନୀତିରେ ପ୍ରଭାବ ରଖିଥାଏ। ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଦୁଇ ଦେଶ ମଧ୍ୟରେ ସ୍ଥିତି ବିଗିଡିଯାଇଛି।