ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଶପଥ ଗ୍ରହଣ

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନର ଶୁଭାରମ୍ଭ ହୋଇଛି। ଦୁର୍ନୀତିକୁ ପ୍ରଶ୍ରୟ ନଦେବା, ଲାଞ୍ଚକୁ ବିରୋଦ୍ଧ କରିବା, ସାଧୁତା ଓ ସ୍ୱଚ୍ଛତାର ସହ ନିଜ ଦାୟିତ୍ୱ ତୁଲାଇବା, ଯେ କୌଣସି ଦୁର୍ନୀତି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନ, କୋରାପୁଟ ଉପ-ଜିଲ୍ଲାପାଳ ଲଳିତ କୁମାର କହଁର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ଡିଆଇପିଆରଓ ଜଗନ୍ନାଥ ପ୍ରସାଦ ରାଜଗୁରୁ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ୍, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।