ମୁମ୍ବାଇ, ଏଜେନ୍ସି: ଶୁସାନ୍ତ ସିଂହ ରାଜପୁତ ମାମଲାରେ ଏମ୍ସ ଡାକ୍ତରୀଦଳ ରିପୋର୍ଟରେ ହତ୍ୟା ଅଭିଯୋଗକୁ ଖଣ୍ଡନ କରି ଏହା ଏକ ଆତ୍ମହତ୍ୟା ବୋଲି କହିଛନ୍ତି। ଏହି ଖବର ଆସିବା ପରେ ସୋସିଆଲ ମିଡିଆରେ ଫ୍ୟାନ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଅଭିନେତ୍ରେୀ ସ୍ୱରା ଭାସ୍କର କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛନ୍ତି। ସେ କଙ୍ଗନାଙ୍କ ନାମ ନନେଇ ବିଭିନ୍ନ କଥା କହିଛନ୍ତି।
Hey! Now thay both CBI and AIIMS have concluded that #SushantSinghRajput tragically died by suicide… weren’t some people going to return their government bestowed awards??? 🤔🤔🤔
— Swara Bhasker (@ReallySwara) October 7, 2020
ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା କଙ୍ଗନା ମଧ୍ୟ ସ୍ୱରାଙ୍କୁ ଟ୍ୱିଟର ମାଧ୍ୟମରେ ଜବାବ ରଖିଛନ୍ତି। କଙ୍ଗନା କହିଛନ୍ତି ଯଦି ମୋର ଗୋଟିଏବି ଆରୋପ ମିଥ୍ୟା ହୋଇଥାଏ ତେବେ ମୁଁ ପାଇଥିବା ସମସ୍ତ ପୁରସ୍କାର ଫେରାଇ ଦେବି। ମୁଁ ରାମ ଭକ୍ତ, ପ୍ରାଣ ଯାଉ ବରଂ କଥାରୁ ଓହରିବି ନାହିଁ। ପ୍ରକାଶ ଥାଇକି, ସ୍ୱରା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଥିଲେ , ଏବେ ସିବିଆଇ ଓ ଏମ୍ସ ଡାକ୍ତର ସ୍ପଷ୍ଟ କରିଛନ୍ତି ଶୁସାନ୍ତ ଆତ୍ମହତ୍ୟା କରିଛନ୍ତି। ତେଣୁ କିଛି ଲୋକ ସରକାରଙ୍କୁ ପୁରସ୍କାର ଫେରାଇବାକୁ ଯାଉଛନ୍ତି କି ?
ये है मेरा इंटर्व्यू अगर याददाश्त कमज़ोर हो तो फिर से देखें, अगर मैंने एक भी झूठा या ग़लत आरोप लगाया हो, तों मैं अपने सारे अवार्डस वापिस कर दूँगी, ये एक क्षत्रिय का वचन है, मैं राम भक्त हूँ, प्राण जाए पर वचन ना जाए, जय श्री राम 🙏#KanganaAwardWapasKar https://t.co/j6H8zLsuEp
— Kangana Ranaut (@KanganaTeam) October 7, 2020