ରାସ୍ତାରେ ମହିଳାଙ୍କ ପ୍ରସବ, ବିକୃତ ମସ୍ତିକର ଫାଇଦା ଉଠାଇ କେହି ଦୁଷ୍କର୍ମ କରି ଗର୍ଭବତି କରିଥିବା ସନ୍ଦେହ

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକ ଭଦ୍ରକ ବନ୍ତ ଛକଠାରେ ଶୁକ୍ରବାର ରାତ୍ରିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖବର ଅନୁଯାୟୀ ମହିଳା ଜଣଙ୍କ ବିକୃତ ମସ୍ତିଷ୍କ ଅଟନ୍ତି ଓ ସେ ସବୁବେଳେ ବନ୍ତ ଛକ ସହ ସହରର ଚାରିଆଡେ ବୁଲିଥାନ୍ତି। ତାଙ୍କର ଅସହାୟତାର ଫାଇଦା ଉଠାଇ କେହି ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପରେ ସେ ଗର୍ଭବତୀ ହୋଇଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ମହିଳା ଜଣକ ଜନଗହଳି ପୂର୍ଣ୍ଣ ବନ୍ତ ଛକ ନିକଟରେ ଶିଶୁ ପୁତ୍ରକୁ ପ୍ରସବ କରିଛନ୍ତି। ପରେ କିଛି ସାମାଜିକ ସଂଗଠନର ବ୍ୟକ୍ତି ମହିଳାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନେଇଥିଲେ।

ସେଠାରେ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଏହି ମହିଳା ଜଣଙ୍କ ବିକୃତ ମସ୍ତିସ୍କ ହୋଇଥିବାରୁ ତାଙ୍କର ଓ ତାଙ୍କ ସ୍ଵାମୀଙ୍କ ପରିଚୟ ମିଳି ପାରିନାହିଁ।