ମାଲକାନଗିରିରେ ସନ୍ଦିଗ୍ଧ କରୋନା ରୋଗୀ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଜି ଥଣ୍ଡା କାସ ଓ ଜ୍ୱରରେ ପୀଡିତ ବ୍ୟକ୍ତି ଚିକିତ୍ସା ପାଇଁ ଆସିଥିବା ବେଳେ ସେ କରୋନାରେ ପିଡ଼ିତ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

ସୂଚନା ଅନୁଯାୟୀ, କୋରୁକୋଣ୍ଡା ବ୍ଲକର ବଦଲି ପଂଚାୟତ ଅନ୍ତର୍ଗତ ଏମ.ଭି- ୪୧ ଗ୍ରାମର ପରିମଲ ବିଶ୍ୱାସ(୫୫) ପଶ୍ଚିମ ବଙ୍ଗର କଲିକୋତାର ଇସ୍କନ ମନ୍ଦିରକୁ ବୁଲିବାକୁ ଯାଇଥିଲେ ଏବଂ ସେଠାରେ ବିଦେଶୀ ନାଗରିକଙ୍କ ସହିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦେଇଥିବା କହିଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଚିକିତ୍ସାଳୟକୁ ଯାଇଥିଲେ। ତେବେ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ତାଙ୍କୁ ଘରେ କାହାର ସଂସ୍ପର୍ଶରେ ନ ଆସି ଅଲଗା ରହିବା ପାଇଁ ପରାମର୍ଶ ଦେବା ସହ ଯଦି ସ୍ୱାସ୍ଥ୍ୟ ଅଧିକ ଖରାପ ହୁଏ ତେବେ ସେ ତୁରନ୍ତ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଆସିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପରାମର୍ଶ ଦେଇଛନ୍ତି। ଏଥିସହ କୋରୁକୋଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କୁ ଶ୍ରୀ ପରିମଳଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ତୀକ୍ଷଣ ଦୃଷ୍ଟି ରଖିବା ସହ ଆବଶ୍ୟକ ସ୍ଥଳେ ଜିଲ୍ଲା ମୂଖ୍ୟ ଚିକିତ୍ସାୟକୁ ସ୍ଥାନାନ୍ତର ପାଇଁ ଲିଖିତ ପତ୍ର ମାଧ୍ୟମରେ ଜଣାଇଛନ୍ତି। ତେବେ ଏହାକୁ ନେଇ ପ୍ରଥମେ ଚିକିତ୍ସାଳୟ ପକ୍ଷରୁ ଗୁଜବ ବୋଲି କୁହାଯାଇଥିଲା ଓ ତାଙ୍କ ନିକଟରେ ସେଭଳି କିଛି ଲକ୍ଷଣ ନଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଅନିଲ ମିଶ୍ର ପ୍ରକାଶ କରିଥିଲେ।