ମୁମ୍ବାଇ,ଏଜେନ୍ସି: ଟିଭି କଳାକାର ସୁଶାନ୍ତ ସିଂହ ଯିଏକି ସୋସିଆଲ ମିଡ଼ିଆରେ ନିଜର ମନ କି ବାତ କହିବାରେ ଖୁବ୍ ପରିଚିତ। ଆଜି ସକାଳେ ତାଙ୍କ ଟୁଇଟର ଆକାଉଣ୍ଟ ସସପେଣ୍ଡ ହୋଇଯାଇଛି। ସେ ସାବଧାନ ଇଣ୍ଡିଆ କାର୍ଯ୍ୟକ୍ରମରେ ନିଜର ଅଭିନୟ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ତେବେ ଏହି ଦୁଃଖଦ ଖବର ନିଜର ପ୍ରଶଂସକଙ୍କ ସହିତ ବାଣ୍ଟିବା ପାଇଁ ସେ ଇନଷ୍ଟାଗ୍ରାମର ସାହାଯ୍ୟ ନେଇଛନ୍ତି।
ଏଥିରେ ସେ କହିଛନ୍ତି କି ତାଙ୍କ ଟୁଇଟର ଆକାଉଣ୍ଟକୁ ସସପେଣ୍ଡ କରିଦିଆଯାଇଛି। କାହିଁକି ତାଙ୍କ ଆକାଉଣ୍ଟ ସସପେଣ୍ଡ କରାଗଲା ତାହା ଜଣାନାହିଁ। ସସପେଣ୍ଡ ପୂର୍ବରୁ ଏ ସମ୍ପର୍କରେ ତାଙ୍କୁ କୌଣସି ସୂଚନା ମଧ୍ୟ ଦିଆଯାଇନଥିବା କହିଛନ୍ତି। ତେବେ ଦ୍ୱିତୀୟ ଥର ପାଇଁ ସୁଶାନ୍ତ ସିଂହଙ୍କ ଟୁଇଟର ଆକାଉଣ୍ଟ ସସପେଣ୍ଡ ହୋଇଛି।