ଭୁବନେଶ୍ୱର,ଏନ୍ଏନ୍ଏସ୍: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ଆସିଥିବା ଜଣାପଡ଼ିଛି। ଏନେଇ ମନ୍ତ୍ରୀ ଶ୍ରୀ ସିଂହ ଟୁଇଟ କରି ସୂଚନା ଦେଇଛନ୍ତି। ଏନେଇ ସେ ଟୁଇଟରରେ ଲେଖିଛନ୍ତି ଯେ, “ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି, କିନ୍ତୁ ସୁସ୍ଥ ଅଛି। ତେଣୁ ନିକଟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିଲେ ନିଜକୁ ଆଇସୋଲେସନରେ ରଖି କରୋନା ଟେଷ୍ଟ କରାଇ ନିଅନ୍ତୁ।”
ସ୍ୱାଧୀନତା ଦିବସରେ ବାଲେଶ୍ୱରକୁ ଶ୍ରୀ ସିଂହ ମୁଖ୍ୟ ଅତିଥି ହୋଇଯାଇଥିଲେ।