ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଝଟକା

ନୂଆଦିଲ୍ଲୀ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ କେ ସିଂହଙ୍କୁ ଏକ ବଡ଼ ଝଟକା ଲାଗିଛି। ସୁଶାନ୍ତଙ୍କ ଜିବନୀ ଉପରେ ଆଧାରିତ ହେଉଥିବା ଫିଲ୍ମ ‘ନ୍ୟାୟ: ଦି ଜଷ୍ଟିସ’ ଉପରେ ରୋକ ଲଗାଇବା ପାଇଁ କେ କେ ସିଂ ପିଟିସନ୍ ଦାୟର କରିଥିଲେ। ଆଉ ଦିଲ୍ଲୀ ହାଇକୋର୍ଟ ଆଜି ଏହି ପିଟିସନକୁ ଖାରଜ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଜିବନୀ ଉପରେ ଆଧାରିତ ବିଭିନ୍ନ ପ୍ରସ୍ତାବିତ ପ୍ରୋଜେକ୍ଟ ଉପରେ ରୋକ ଲଗାଇବା ପାଇଁ ପିତା କେ କେ ସିଂହ ଦାବି କରିଥିଲେ। ଏଥିରେ ନ୍ୟାୟ: ଦି ଜଷ୍ଟିସ, ସୁଇସାଇଡ ଔର ମର୍ଡର: ଏ ଷ୍ଟାର ବାଜ ଲଷ୍ଟ ଓ ଶଶାଙ୍କ ଭଳି ଫିଲ୍ମ ସାମିଲ ଥିଲା।