କରୋନା କାଳରେ ଜୀବନ ବଞ୍ଚାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି: ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ କାଳୀପୂଜା ଅବସରରେ ପଶ୍ଚିମବଙ୍ଗରେ ବାଣ ବିକ୍ରି ଓ ବ୍ୟବହାର ନେଇ କୋଲକାତା ହାଇକୋର୍ଟ କଟକଣା ଲଗାଇଥିବା ବେଳେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କରୋନା ମହାମାରୀ ସମୟରେ ଜୀବନ ବଞ୍ଚାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ।

ବାୟୁ ପ୍ରଦୂଷଣ କାରଣରୁ କାଳୀପୂଜା ଓ ଛଠ ପୂଜା ସହିତ ଆଗାମୀ ପର୍ବପର୍ବାଣି ଅବସରରେ ବାଣ ବ୍ୟବହାର କରିବା ଏବଂ ବିକ୍ରି ଉପରେ କଲିକତା ହାଇକୋର୍ଟଙ୍କ ନଭେମ୍ବର ୫ ତାରିଖ ଆଦେଶ ବିରୋଧରେ ଗୌତମ ରାୟ ଓ ବଡ଼ବଜାର ଫାୟାର ୱାକର୍ସ ଡିଲର୍ସ ଆସୋସିଏସନର ଆବେଦନର ଶୁଣାଣି କରିଛନ୍ତି। ଶୁଣାଣିରେ ନ୍ୟାୟମୂର୍ତ୍ତି ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼ ଓ ନ୍ୟାୟମୂର୍ତ୍ତି ଇନ୍ଦିରା ବାନାର୍ଜୀଙ୍କ ଅବକାଶକାଳୀନ ପୀଠ କହିଛନ୍ତି, ପର୍ବ ଯଦିଓ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏହି ସମୟ ମହାମାରୀ ଦେଖାଯାଇଥିବାରୁ ଜୀବନ ବିପଦ ଅବସ୍ଥାରେ ରହିଛି।