ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥଙ୍କ ପରଲୋକ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ବୋଲଗଡ଼-ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ରବିବାର ସଂନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ଆଜି ଅପରାହ୍ଣରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ସେଠାରେ ତାଙ୍କର ପରଲୋକ ଘଟିଥିବା ଡାକ୍ତର କହିଥିଲେ ବୋଲି ପରିବାର ସୁତ୍ରରୁ ସୂଚନା ମିଳିଛି । ସ୍ୱର୍ଗତ ମିଶ୍ର ୧୯୯୦ ମସିହା ଠାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଜନତା ଦଳର ବିଧାୟକ ଥିଲେ । ତାଙ୍କ ବିୟୋଗ ଖବର ଜଣାପଡିବା ପରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରେନ୍ଦ୍ରନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।